ଗଞ୍ଜାମ, ୮/୧୦: ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ। କାର୍ଯ୍ୟନିର୍ବାହୀ ଅଧିକାରୀ OAS ବନମାଳୀ ଶତପଥୀ ଲାଞ୍ଚ ନେଲା ବେଳେ କାବୁ କରିଛି ଭିଜିଲାନ୍ସ। ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଛି ଭିଜିଲାନ୍ସ।
ମିଳିଥିବା ସୂଚନା ଅନୁସାରେ, ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିଲେ। ଲାଞ୍ଚ ନେଇ ଧରାପଡ଼ିବା ପରେ ବନମାଳୀଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ରେଡ୍ ଆରମ୍ଭ କରିଛି ଭିଜିଲାନ୍ସ। କବିସୂର୍ଯ୍ୟନଗର ବାସଭବନରେ ଚଢ଼ାଉ ଜାରି ରହିଛି।