OPS ସ୍ତରରେ ବଡ଼ ଅଦଳବଦଳ

ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି

ଭୁବନେଶ୍ଵର, ୯/୧୦: OPS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମୋଟ୍‌ ୧୯ ଜଣ ଅତିରିକ୍ତ ଏସ୍‌ପିଙ୍କୁ ବଦଳି ନେଇ ଗୃହ ବିଭାଗର ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ବଦଳିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍‌ପି। ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୀମା ସ୍ବାଇଁଙ୍କ ବଦଳି ହୋଇଛି। ତାଳଚେର ଅତିରିକ୍ତ ଏସ୍‌ପି ଭାବେ ସୀମା ସ୍ବାଇଁଙ୍କ ବଦଳି ହୋଇଛି। ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଦାୟିତ୍ୱ ମିଳିଛି।