ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓ ସାଇ ଶକ୍ତି ମହିଳା ସମିତି ସହଯୋଗରେ ଗ୍ରାହକ ମାର୍ଗଦର୍ଶନ ସେବା କେନ୍ଦ୍ର ଉଦଘାଟିତ

ନିଶୁଳ୍କ ପ୍ରଦାନ କରାଯିବ ଗ୍ରାହକ ସମ୍ଵନ୍ଧୀୟ ସମସ୍ୟାର ସରଳ ସମାଧାନ ପାଇଁ ପରାମର୍ଶ

ଭୁବନେଶ୍ଵର, ୯/୧୦: ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓ ସାଇ ଶକ୍ତି ମହିଳା ସମିତି ସହଯୋଗ ରେ ଭୁବନେଶ୍ଵର ସ୍ଥିତ ବଡ଼ବଡ଼ ବ୍ରିଟ୍ କଲୋନୀ ରେ ଗ୍ରାହକ ମାର୍ଗଦର୍ଶନ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଭୁବନେଶ୍ଵର ମହାନଗରର ସଭାପତି ଅଜୟ କୁମାର ଚୌଧୁରୀ, ଉପସଭାପତି ପ୍ରିୟଦର୍ଶୀ ବରାଳ, ସମ୍ପାଦକ ଉଜ୍ଜ୍ବଳ କୁମାର ପଣ୍ଡା, ମହିଳା ପ୍ରମୁଖ ସସ୍ମିତା ମଙ୍ଗରାଜ ଓ ଅନେକ ଅଞ୍ଚଳରେ ଥିବା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରମୁଖମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ସାଧାରଣ ନାଗରିକ ମଧ୍ୟ ସାମିଲ ହୋଇଥିଲେ। ଏହି ମାର୍ଗଦର୍ଶନ ସେବା କେନ୍ଦ୍ର ବର୍ତ୍ତମାନ ସପ୍ତାହରେ ୨ ଦିନ ସୋମବାର ଓ ଶୁକ୍ରବାର ସନ୍ଧ୍ୟା ୫ ଟା ରୁ ୭ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି କେନ୍ଦ୍ରରେ ଯେକୌଣସି ଗ୍ରାହକ ସମ୍ଵନ୍ଧୀୟ ସମସ୍ୟାର ସରଳ ସମାଧାନ ପାଇଁ ପରାମର୍ଶ ନିଶୁଳ୍କ ପ୍ରଦାନ କରାଯିବ ବୋଲି ସଂଗଠନର ସମ୍ପାଦକ ଉଜ୍ଜ୍ବଳ କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଏଠାରେ ଉପସ୍ଥିତ ଥିବା ସାଧାରଣ ନାଗରିକ ମାନେ ଏହାକୁ ସ୍ଵାଗତ କରିବା ସହିତ ଲୋକମାନଙ୍କ ପାଇଁ ନିଶୁଳ୍କ ସେବାକୁ ପ୍ରସଂଶା କରିଛନ୍ତି। ଏଭଳି ଭୁବନେଶ୍ଵରରେ ଅନ୍ୟ ସ୍ଥାନରେ ମଧ୍ୟ ମାର୍ଗଦର୍ଶନ ସେବା କେନ୍ଦ୍ର ଖୋଲାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସଂଗଠନର ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି।