ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତିରୁପତି ପାଣିଗ୍ରାହୀ

ସୌଜନ୍ୟମୂଳକ ସାକ୍ଷାତ କଲେ ଓ ଧନ୍ୟବାଦ ଅର୍ପଣ କଲେ

ଭୁବନେଶ୍ଵର, ୧୦/୧୦: ଓଡିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି ଧନ୍ୟବାଦ୍ ଦେବା ସହ ଓଡିଶାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ପ୍ରଚଳିତ ହୋଇଥିବା ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଯୋଗୁଁ ଅନେକ ନିମ୍ନ ମଧ୍ୟବିତ୍ତ, ଗରିବ ଓ ଖଟିଖିଆ ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଦେବା ସହ ଏହି ସାହାଯ୍ୟ ସହଯୋଗ ଯୋଗୁଁ ସୁଦୂର ମଣିପୁରର କିଛି ଅଧିବାସୀ ମଧ୍ୟ ଓଡିଶାରେ ଆସି ସାହାଯ୍ୟ ସହଯୋଗ ହାଇଟେକ୍ ମେଡିକାଲ କଲେଜ ତରଫରୁ ନେଇ ପାରିଛନ୍ତି । ଏଥିପାଇଁ ହାଇଟେକ୍ ମେଡିକାଲ କଲେଜ ରାଉରକେଲାର ନିକଟବର୍ତ୍ତୀ ଛତିଶଗଡ ଓ ଝାଡଖଣ୍ଡର ସୀମାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଆଧାର କରି ଲୋକମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇ ଦେଲେ ଓଡିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଦାସର୍ବଦା ରୋଗୀମାନଙ୍କ ପାଖରେ ଚିରଞ୍ଜିବୀ ହୋଇ ରହିବେ । ମୁଖ୍ୟମନ୍ତ୍ରୀ ଏ ବିଷୟରେ ସୂଚାରୁ ରୂପେ କାର୍ଯ୍ୟ କରିବେ ବୋଲି ତିରୁପତି ପାଣିଗ୍ରାହୀଙ୍କୁ ପ୍ରତିଶୃତି ଦେଇଛନ୍ତି ।