ବିଜେପି ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ମାତା ଆଲ୍‌ହାଦିନି ପାଣିଗ୍ରାହୀଙ୍କ ପରଲୋକ

ରାଜ୍ୟ ସଭାପତିଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର, ୧୪/୧୦: ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଯଦୁମଣି ପାଣିଗ୍ରାହୀଙ୍କ ମାତା ଆଲ୍‌ହାଦିନି ପାଣିଗ୍ରାହୀଙ୍କ ୮୮ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ପରଲୋକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ସ୍ୱର୍ଗତାଃ ପାଣିଗ୍ରାହୀ ଜଣେ ମିଷ୍ଟଭାଷୀ, ସ୍ନେହବତ୍ସଳା, ଧର୍ମପରାୟଣ ମହିଳା ଥିଲେ । ସ୍ୱର୍ଗତାଃ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।