ପୁରୀ/ନୟାଗଡ଼, ୨୭/୧୦: ବାତ୍ୟା ‘ମୋନ୍ଥା’ ପାଇଁ ପୁଣି ଆଉ ଦୁଇଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ୨୮ ଓ ୨୯ ତାରିଖରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି।
ସେହିପରି ପୁରୀରେ ମଧ୍ୟ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ୨୮ ଓ ୨୯ ତାରିଖ ଦୁଇ ଦିନ ପାଇଁ ସ୍କୁଲ ଛୁଟି ରହିବ।
କିନ୍ତୁ ଏହି ଜିଲ୍ଲାରେ ସରକାରୀ, ବେସରକାରୀ, କେନ୍ଦ୍ରୀୟ, ନବୋଦୟ ସ୍କୁଲ ଛୁଟି ରହିବ। ପିଲା ନ ଆସିଲେ ବି ଲୋକଙ୍କ ଆଶ୍ରୟ ପାଇଁ ଖୋଲା ରହିବ ସ୍କୁଲ୍। ସ୍କୁଲ୍ର ଶିକ୍ଷକମାନେ ଏହାର ତଦାରଖ କରିବେ।