କୋରାପୁଟ, ୨୮/୧୦: ଭିଜିଲାନ୍ସ ଜାଲରେ କୋରାପୁଟ ବି.ସିଂହପୁର ଥାନାର ପୋଲିସ ASI। ଲାଞ୍ଚ ନେବା ବେଳେ ASI ନରସିଂହ ଦୋରାଙ୍କୁ ଧରିଲା ଭିଜିଲାନ୍ସ।ଏକ ଘରୋଇ ହିଂସା ମାମଲାର ସମାଧାନ ପାଇଁ ୪୦ ହଜାର ନେଉଥିଲେ। ଲାଞ୍ଚ ନେବା ବେଳେ ASI ନରସିଂହ ଦୋରାଙ୍କ ସହ ବ୍ୟକ୍ତିଗତ ସହାୟକ ବି ଧରାପଡ଼ିଲେ ସୁନାଧରା ଅମାନାତ୍ୟା।
ଲାଞ୍ଚ ନେଇ ଧରା ପଡ଼ିବା ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ASIଙ୍କ ସହ ଜଡ଼ିତ ୨ ଟି ସ୍ଥାନରେ ଚଢ଼ାଉ କରାଯାଇଛି।