ଭୁବନେଶ୍ଵର, ୦୨/୧୧: ଶଙ୍କର ପୃଷ୍ଟିର ଗିରଫଦାରୀ ନେଇ ପ୍ରେସ୍ ରିଲିଜ ଜାରି କରିଛି କ୍ରାଇମ୍ବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଶଙ୍କର ପୃଷ୍ଟିର ପାସ୍ପୋର୍ଟ ଜବତ କରାଯାଇଛି। ଗୋଟିଏ ଫର୍ଚୁନର, ୨ଟି ଆଇଫୋନ୍ ମଧ୍ୟ ଜବତ ହୋଇଛି।
ଗଞ୍ଜାମ ଜଗନ୍ନାଥପୁର ଜଙ୍କସନ୍ SBI ରୋଡ୍ ଡିଫେନ୍ସ କଲୋନୀ ବାସିନ୍ଦା ଶଙ୍କର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରା.ଲି.ର ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲା। ଭୁବନେଶ୍ବର ପଟିଆରେ ଅଫିସ୍ କରି ନେଟୱର୍କ ଚଳାଇ ଆସିଥିଲା। ମୁନା ମହାନ୍ତି, ଶ୍ରୀକାନ୍ତ ମହରାଣା, ଅରବିନ୍ଦ ଦାସ ସହଯୋଗୀ ଥିଲେ। ଟି. ଅଭିମନୁ ଦୋରା ଓ ପ୍ରିୟଦର୍ଶିନୀ ସାମଲ ମଧ୍ୟ ଶଙ୍କରଙ୍କ ସହଯୋଗୀ ଥିଲେ
DSP ଶ୍ରୀମତୀ ଅନିଳା ଆନନ୍ଦଙ୍କ ନେତୃତ୍ବରେ ଏକ ଟିମ୍ ଶଙ୍କର ଉପରେ ନଜର ରଖିଥିଲା। ଶଙ୍କର ବାରମ୍ବାର ତା’ର ଠିକଣା ବଦଳାଉଥିବାର ଧରିବା କଷ୍ଟ ହେଉଥିଲା। ଶେଷରେ ନେପାଳ ସୀମାନ୍ତ ଉତ୍ତରାଖଣ୍ଡରେ ଶଙ୍କରକୁ ଧରିଲା କ୍ରାଇମ୍ବ୍ରାଞ୍ଚ। ଶଙ୍କରକୁ ସ୍ଥାନୀୟ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଇଛି ବୋଲି କ୍ରାଇମବ୍ରାଞ୍ଚ୍ କହିଛି।
ସେପଟେ SI କେଳେଙ୍କାରୀ ଘଟଣାରେ ଶଙ୍କର ପୃଷ୍ଟି ନାଁରେ ଲାଗିଛି ସଙ୍ଗିନ ଦଫା। ଏକାଧିକ ସଙ୍ଗିନ ଦଫା ଲଗାଇଛି କ୍ରାଇମ୍ବ୍ରାଞ୍ଚ। BNS ୩୧୯(୨), ୩୧୮(୪), ୩୩୮/୩୩୬(୩), ୩୪୦(୨), ୧୧୧/୬୧(୨), ୩(୫) ଦଫାରେ ମାମଲା ରୁଜୁ ହୋଇଛି।