ଖରିଆର ରୋଡ଼ରେ ବିଜେପି ପାଇଁ ଭୋଟ ପ୍ରଚାର କଲେ ଉପମୁଖ୍ୟମନ୍ତ୍ରୀ

ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ

ନୂଆପଡ଼ା, ୫।୧୧: ଆଜି ଖରିଆର ରୋଡ଼ର ୱାର୍ଡ ନଂ. ୧୫ରେ ଘରକୁ ଘର ବୁଲି ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମ ଫୁଲ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହ ବିଜେପିର ପ୍ରାର୍ଥୀ ବିଜୟ ହେଲେ ସହରର ବିକାଶ ହେବା ସୁନିଶ୍ଚିତ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ଏନଏସି ଅଧ୍ୟକ୍ଷା ସୋନିଆ ଜେନଙ୍କ ସହ ସ୍ଥାନୀୟ ବିଜେପି ନେତୃବୃନ୍ଦ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଖରିଆର ରୋଡ ଏନ୍ଏସିକୁ ଏକ ବିକଶିତ ଏନଏସିରେ ପରିଣତ କରିଵାକୁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି କହିବା ସହ ଖରିଆରର ଭାଇଭଉଣୀ ମାନେ ବିପୁଳ ସଂଖ୍ୟାରେ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ ।