କଟକ ବାଲିଯାତ୍ରା ଅବଧି ବୃଦ୍ଧି

ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ଵର, ୧୨/୧୧: କଟକରେ ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ପୂର୍ବରୁ ନଭେମ୍ବର ୧୨ ତାରିଖରେ ଶେଷ ହେବାକୁ ଥିବା ଏହି ମେଳା ଏବେ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ଉତ୍ସାହ ଏବଂ ମେଳାରେ ଅଂଶଗ୍ରହଣ କରୁଥିବା ବ୍ୟବସାୟୀଙ୍କ କାରବାରକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।