କଟକ, ୨୭/୧୧: କଟକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖପ୍ପା। ଅଭିଯୋଗ ଶୁଣାଣି ନ କରିବାକୁ ନେଇ ଖପ୍ପା ସିଏମ୍ ଗ୍ରୀଭାନ୍ସ ସେଲ୍।
ରାଜ୍ୟରେ ଅଭିଯୋଗ ସମାଧାନ କ୍ଷେତ୍ରରେ ସବୁ ଜିଲ୍ଲା ଠାରୁ କଟକ ସବୁଠୁ ପଛରେ। ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ସତ୍ତ୍ବେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉନି। ଯାହାକୁ ନେଇ କିଛି ଅଧିକାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
କଟକ ଡିସିପି ଓ ଗ୍ରାମାଞ୍ଚଳ SPଙ୍କ ଦରମା ବନ୍ଦ କରାଯାଇଛି। CMC କମିଶନରଙ୍କ ସମେତ କଟକରେ ୯୧ ଜଣ ସରକାରୀ ଅଧିକାରୀଙ୍କ ଦରମା ବନ୍ଦ। ଦରମା ବନ୍ଦ ତାଲିକାରେ ୧୦ ବିଡିଓ ଓ ୧୨ ତହସିଲଦାର ଅଛନ୍ତି।