ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ପୂଣ୍ୟ ତିଥି

ସ୍ମରଣ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ଭୁବନେଶ୍ଵର, ୨୭/୧୧: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ପୂଣ୍ୟ ତିଥି ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓଡ଼ିଶା ଗସ୍ତରେ ଆସିଥିବା ସମୟର କଥାକୁ ମନେ ପକାଇଛନ୍ତି। ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଭାରତର ୭ମ ପ୍ରଧାନମନ୍ତ୍ରୀ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହ। ୨୦୦୮ ମସିହାରେ ସେ ଦେହତ୍ୟାଗ କରିଥିଲେ। ଲୋକେ ତାଙ୍କୁ “ରାଜା ସାହେବ” ବୋଲି ଡାକୁଥିଲେ। ୧୯୯୦ରେ ସେ ମଣ୍ଡଳ ଆୟୋଗର ସୁପାରିଶ କାର୍ଯ୍ୟକାରୀ କରି ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ପାଇଁ କେନ୍ଦ୍ରୀୟ ଚାକିରି ଓ ଶିକ୍ଷାରେ ୨୭% ସଂରକ୍ଷଣ ଦେଇଥିଲେ। ସେ ଭ୍ରଷ୍ଟାଚାର ବିରୋଧରେ ଲଢ଼ି ନିଜ ପଦ ଛାଡ଼ିଥିଲେ, ସରଳ ଜୀବନ ବାଛିଥିଲେ। ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ କୁମାର ଜେନା ଭି.ପି. ସିଂହଙ୍କ କ୍ୟାବିନେଟରେ କ୍ଷୁଦ୍ର ଶିଳ୍ପ, କୃଷି ଓ ଗ୍ରାମ୍ୟ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।