ପୁରୀ, ୦୩/୧୨: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ। ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ହେବ ବନକଲାଗି। ବନକଲାଗି ଗୁପ୍ତ ନୀତି ହୋଇଥିବାରୁ ସାଧାରଣ ଦର୍ଶନ ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ବନ୍ଦ ରହିବ। ରତ୍ନବେଦୀରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ପରେ କରାଯିବ ମହାସ୍ନାନ।