ଭୁବନେଶ୍ୱର, ୦୩/୧୨: ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ରାସନ କାର୍ଡ ପାଇଁ E-KYC ପ୍ରକ୍ରିୟା। ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ମନ୍ତ୍ରୀଙ୍କ ସୂଚନା ମୁତାବକ, E-KYC ତର୍ଜମା ସମୟରେ ୬ ଲକ୍ଷ ୮୩ ହଜାର ୯୯୫ ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେହିପରି ୩୩ ହଜାର ୧୨୮ ଅଯୋଗ୍ୟ ରାସନ କାର୍ଡ ବାତିଲ କରାଯାଇଛି। ଯାହାର ପରିବାର ସଦସ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୯୯। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୭୪୭ ଜାଲ୍ ରାସନ କାର୍ଡ ଧରାପଡ଼ିଛି। ଗତବର୍ଷ ଜୁନ୍ରୁ ୧୫ ଲକ୍ଷ ୩୩ ହଜାର ୧୫୩ ଜଣ ଆବେଦନ କରିଛନ୍ତି।
Next Post