ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ପଦ୍ମ ଧରିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ, ଭଉଣୀ

ଭୁବନେଶ୍ୱର, ୦୬/୧୨: ବିଜେଡିକୁ ଶକ୍ତ ଝଟ୍‌କା। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ। ପ୍ରଫୁଲ୍ଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ବାଜା ବଜାଇ, ବାଣ ଫୁଟାଇ ଶତାଧିକ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ମିଶିଛନ୍ତି। ବିଜେଡି ଛାଡ଼ିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ, ବାସୁଦେବପୁର ବ୍ଲକର ୪ ବ୍ଲକ୍‌ ଅଧ୍ୟକ୍ଷ ବି ବିଜେପିରେ ମିଶିଛନ୍ତି। ଏଥି ସହ ୩୦ ସରପଞ୍ଚ ଓ ୩୫ ସମିତି ସଭ୍ୟ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।