ପୁରୀ ମୁନିସିପାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ବନ୍ଧୁ ମିଳନ
୫୦ ବର୍ଷ ପରେ ସ୍ମୃତିଚାରଣ କଲେ ୧୯୭୫ ମାଟ୍ରିକ୍ ବ୍ୟାଚ୍ର ଛାତ୍ରଛାତ୍ରୀ
ପୁରୀ, ୧୫/୧୨: ପୁରୀ ସହରର ଗର୍ବଗୌରବ ବହନ କରୁଥିବା ମୁନିସିପାଲିଟି ହାଇସ୍କୁଲର ୧୯୭୫ ମସିହା ମାଟ୍ରିକ୍ ବ୍ୟାଚ୍ର ଛାତ୍ରଛାତ୍ରୀମାନେ ଆଜି ସୁବର୍ଣ୍ଣ ଜୟନ୍ତୀ ପୁନର୍ମିଳନ ଉତ୍ସବ ପାଳନ କରିଛନ୍ତି। ଦୀର୍ଘ ୫୦ ବର୍ଷର ବ୍ୟବଧାନ ପରେ ପୁରୁଣା ବନ୍ଧୁମାନେ ଏକାଠି ହୋଇଥିଲେ।
ଏହି ଅବସରରେ ସମସ୍ତ ପୂରାତନ ଛାତ୍ରଛାତ୍ରୀ ପରସ୍ପରକୁ ଭେଟିବା ସହ ଅତୀତର ସେହି ବିଦ୍ୟାଳୟ ସମୟର ମଧୁର ସ୍ମୃତିକୁ ମନେ ପକାଇଥିଲେ। ସେହି ସମୟରେ ବିତିଥିବା କଥା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଶିକ୍ଷାଦାନ ଶୈଳୀ ଓ ପାଠପଢ଼ାକୁ ନେଇ ସେମାନେ ଆଲୋଚନା କରିଥିଲେ। ବର୍ତ୍ତମାନ ସ୍କୁଲର ପରିସ୍ଥିତି ବିଷୟରେ ଆଲୋଚନା ହୋଇଥିଲା । ସ୍କୁଲର କୀର୍ତ୍ତି ଓ କ୍ଷ୍ୟାତିକୁ ଆଗକୁ ବଢ଼ାଇବା ପାଇଁ ଅନେକ ପ୍ରସ୍ତାବ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏକ ଅନନ୍ୟ ପ୍ରସ୍ତାବ ଯାହା ମାଧ୍ୟମରେ ସ୍କୁଲର ପୂରାତନ ଛାତ୍ରଛାତ୍ରୀ ସ୍କୁଲକୁ ଆସି ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦାୟକ ଅଭିଭାଷଣ ଦେବା ପାଇଁ ରାଜି ହୋଇଥିଲେ । ଏ ସଂପର୍କରେ ସ୍କୁଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।
ଏହି ବନ୍ଧୁମିଳନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡଃ ତପନ କୁମାର ଚାନ୍ଦ, ଡଃ ଅଭୟ କୁମାର ପଟ୍ଟନାୟକ, ଦୀନବନ୍ଧୁ ମହାପାତ୍ର, ରବି ନାରାୟଣ ରଥ, କୃଷ୍ଣଚନ୍ଦ୍ର ରଥ, ରବିନ୍ଦ୍ର ଚୈାଧୁରୀ, ଅଜୟ କୁମାର ମହାନ୍ତି, ଉମାକାନ୍ତ ଦାଶ ଏବଂ ଗୋପାଳ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।
କାର୍ଯ୍ୟକ୍ରମଟିକୁ ବ୍ୟାଚ୍ର ସଦସ୍ୟ ହିମାଂଶୁ କୁମାର ମହାନ୍ତି ସୁଚାରୁ ରୂପେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ୫୦ ବର୍ଷ ପରେ ଏହି ମିଳନ କେବଳ ପୁରୁଣା ବନ୍ଧୁତାକୁ ସତେଜ କରିନଥିଲା, ବରଂ ସମସ୍ତଙ୍କ ମଧ୍ୟରେ ଏକ ନିବିଡ଼ ସମ୍ପର୍କର ପୁନଃପ୍ରତିଷ୍ଠା କରିଥିଲା।