ସିଭିଲ ସପ୍ଲାଏ ଅଫିସ୍ ଜୁନିଅର ଆକାଉଣ୍ଟାଣ୍ଟ ଘରେ ରେଡ୍‌

ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ବାଲେଶ୍ୱର, ୨୨/୧୨: ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ। ସୁନ୍ଦରଗଡ଼ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ୍ ଙ୍କ ଘରେ‌ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ ହୋଇଛି।

ସୁନ୍ଦରଗଡ଼ ଓ ବାଲେଶ୍ୱର ଚୂନଭାଟି ନିକଟ ସାଇ ଗାର୍ଡେନ ସମେତ ୬ଟି ସ୍ଥାନରେ ରେଡ୍‌ ହୋଇଛି। ବାଲେଶ୍ବରରେ ୩ ମହଲା ବିଶିଷ୍ଟ ୨ଟି କୋଠା, ଅନେକ ପ୍ଲଟ୍ ଓ କଲ୍ୟାଣ ମଣ୍ଡପ ଠାବ ହୋଇଛି।