ଭୁବନେଶ୍ୱର, ୨୨/୧୨: ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରାଜଧାନୀର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା, ସ୍ଵତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ଡ. ସୁଜିତ କୁମାର ନାୟକ ଓ ନିରଞ୍ଜନ ବିଶି, ବିଧାୟକ ଆକାଶ ଦାସନାୟକ, ସମ୍ମାନିତ ଅତିଥ୍ୟ ଭାବେ ଓଡିଶା କ୍ରିକେଟ ଆସୋସିଏସନ୍ ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ଇଣ୍ଟରଭ୍ୟୁ ଟାଇମ୍ବର ଚେୟାରମ୍ୟାନ୍ ଡ. ସୁଭାଶିଷ୍ ଦାସ ଯୋଗଦାନ କରି ଓଡିଶାରେ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଏକ ସ୍ଵର୍ଣ୍ଣମ ଅଧ୍ୟାୟ ସୃଷ୍ଟି କରିବା ସହ ହଜାର ହଜାର ଛାତ୍ରଛାତ୍ରୀଙ୍କ ସ୍ଵପ୍ନକୁ ସାକାର କରିଥିବା ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଜୀବନବ୍ୟାପୀ ସଫଳତାର ସମ୍ମାନ ତଥା ପ୍ରେରଣାଦାୟୀ ବ୍ୟକ୍ତିତ୍ଵ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଡଃ ପାଣିଗ୍ରାହୀ ଏହି ସମ୍ମାନ ଆଗକୁ ଆହୁରି ନିଜ ଦେଶ ଓ ରାଷ୍ଟ୍ରର ସେବାରେ ପ୍ରେରଣା ଯୋଗାଇବା ସହ ଅଗ୍ରଗତି କ୍ଷେତ୍ରରେ କାର୍ଯ୍ୟଧାରା ଜାରି ରହିବ ବୋଲି କହିଛନ୍ତି ।
Prev Post