ଝାରସୁଗୁଡା, ୨୩/୧୨(ଦର୍ଶନ ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ସ୍ଥିତ ଓଡିଶା ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ମିଳୁନାହିଁ । ଯାହାକୁ ନେଇ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ନିଜେ ରଖିଥିବା ଟଙ୍କା ଆଣିବାକୁ ଗଲେ ଏଭଳି ହୀନସ୍ଥା ହେବାକୁ ପଡୁଛି । ନିଜର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମୟରେ ଟଙ୍କା ନ ମିଳିବାରୁ ନିଜର କାମ ହୋଇ ପାରୁନାହିଁ । ଏଭଳି ସ୍ଥିତିରେ ଓଡିଶା ଗ୍ରାମୀଣ ବ୍ୟାଙ୍କରେ କଣ ପାଇଁ କାରବାର କରିବୁ ବୋଲି ଗ୍ରାହକ ମାନେ କହିଛନ୍ତି । ଏଦିଗରେ ଓଡିଶା ଗ୍ରାମୀଣ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।