ଚଳିତ ମାସରେ ମିଳିବ ସୁଭଦ୍ରା ଟଙ୍କା

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୧୩/୦୧: ଆସନ୍ତା ଜାନୁଆରୀ ୧୮ ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା। ପ୍ରଥମ କିସ୍ତି ପାଇବେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ମହିଳା। ୧ମ ଓ ୨ୟ କିସ୍ତିରୁ ବାଦ୍‌ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ବି ପାଇବେ।

ବାଦ୍‌ ପଡ଼ିଥିବା ମହିଳା ଏକାଥରକେ ୨ଟି କିସ୍ତି ପାଇବେ। ଅଭିଯୋଗ ଶୁଣାଣିରେ‌ ବାଦ୍ ପଡ଼ିଥିବା ୨୪ ହଜାର ୧୮ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ଏଥର ୨୫୦ କୋଟି ଟଙ୍କାର ସହାୟତା ରାଶି ହିତାଧିକାରୀଙ୍କ ଖାତାକୁ ଯିବ।