ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ

‘ଶିକ୍ଷା ହିଁ ଭବିଷ୍ୟତ ଗଢ଼ିବାର ଏକମାତ୍ର ମାଧ୍ୟମ’

ଭୁବନେଶ୍ୱର, ୧୩ା୦୧: ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଏଗାର ତମ ବାର୍ଷିକ ଉତ୍ସବ ନୂଆଗାଁ ସ୍ଥିତ ସିଦ୍ଧି ମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ଯୋଗ ଦେଇ ସ୍ୱାମୀଜୀଙ୍କ ଦେଶ ଜାତି ପ୍ରତି ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱବୋଧ ଉପରେ ଅବଗତ କରିଥିଲେ । ଏବଂ ପାଠ ସହିତ ସହ ଶିକ୍ଷାକୁ ଗୁରୁତ୍ୱ ଦେବା ବିଷୟରେ ଅବଗତ କରିଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନର ସଭାପତି ତଥା ସୁବାର୍ତ୍ତା ପତ୍ରିକାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଯୋଗ ଦେଇ ଅଭିଭାବକଙ୍କ ଦାୟିତ୍ୱବୋଧ ଉପରେ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ । ସେହିପରି ଶିକ୍ଷାବିତ୍‌ ରଂଜିତ ସ୍ୱାଇଁ, ସୁଶାନ୍ତ କୁମାର ସାମଲ, ଅଭିନେତା ଜ୍ଞାନେନ୍ଦ୍ର ପଲାଇ, ସାହିତ୍ୟିକ ଅକ୍ଷୟ କୁମାର ସ୍ୱାଇଁ, ଆଇନଜୀବୀ ଅଶ୍ୱିନୀ ସାହୁ, ସନ୍ତୋଷ କୁମାର ରଥ, କୌସ୍ତୁବ ମାନ୍ନା, ବିଦ୍ୟାଳୟର ଉପଦେଷ୍ଟା ଆର୍ତ୍ତତ୍ରାଣ ଜେନା, ବିଦ୍ୟାଳୟର ସଭାପତି ଚିତ୍ତରଞ୍ଜନ ଜେନା ଓ ବିଦ୍ୟାଳୟର ସମ୍ପାଦକ ସୁଧାଂଶୁ ଶେଖର ସାମନ୍ତସିଂହାର ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିବା ସହିତ ଶିକ୍ଷା ହିଁ ଭବିଷ୍ୟତ ଗଢ଼ିବାର ଏକମାତ୍ର ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଚିନ୍ମୟ ରଞ୍ଜନ ପ୍ରଧାନ, ଶିକ୍ଷାବିତ୍‌ ରଘୁନାଥ ପୁଷ୍ପାଳକ, ଗାୟକ କେଶରୀ ବିଶ୍ୱନାଥ ସାହୁ, ଶିକ୍ଷାବିତ୍‌ ରବୀନ୍ଦ୍ର ନାଥ ସାହୁ, ନୃତ୍ୟଗୁରୁ ଗୌତମ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରାଣ୍ଡ ଫାଦର ଭାବେ ଭରତ ଶ୍ରୀଚନ୍ଦନ ଓ ଗ୍ରାଣ୍ଡ ମଦର ଭାବେ କ୍ରିଷ୍ଣା ମଣ୍ଡଲଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିସହିତ କ୍ରୀଡା ପ୍ରତିଯୋଗିତାରେ ପ୍ରତ୍ୟୁଷ ଗୋଚ୍ଛାୟତଙ୍କୁ ସର୍ବ ଶ୍ରେଷ୍ଠ କ୍ରୀଡା ପୁରସ୍କାର, ସର୍ବୋତ୍ତମ ଉପସ୍ଥାନରେ ସାଇ ସାର୍ଥକ ନାୟକ, ବର୍ଷର ସର୍ବୋତ୍ତମ ପୁରସ୍କାର ପ୍ରୟାସ ତ୍ରିପାଠୀ ଓ ଶିକ୍ଷା ବୃତ୍ତି କ୍ଷେତ୍ରରେ ଆଦିତ୍ୟ ନାରାୟଣଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ନୃତ୍ୟ ଗୁରୁ ଗୌତମ ସାର ନୃତ୍ୟ ଝଙ୍କାରର ପରିବେଷଣ କରିବା ସହିତ କୁନିକୁନି ଛାତ୍ରଛାତ୍ରୀମାନେ ନିଜର କଳା ପରିବେଷଣ କରିଥିଲେ । ପରେ ଏକ ସୁନ୍ଦର ନାଟକ “ଅବସର’ ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମନ୍ତ ସିଂହାରଙ୍କ ସହ ଉପାଧ୍ୟକ୍ଷା ନଳିନୀ ପ୍ରଭା ମିଶ୍ର, ପରିଚାଳନା ପ୍ରମୁଖ ତୃପ୍ତିମୟୀ ଓଝାଙ୍କ ସହିତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଦୀପ୍ତିସୁଦ୍ଧା ମାହୁନ୍ତ, ପ୍ରିୟମ୍ବଦା ସାହୁ, ପ୍ରମୋଦ ବିଶ୍ୱାଳ, ଦେବିପ୍ରସାଦ ମହାପାତ୍ର, ପ୍ରସନ୍ନ ପରିଡା, ତନୁସ୍ମିତା ଭୂୟାଁ, ସୁଚସ୍ମିତା ସାହୁ, ବିମଳା ରାଉତ, ନିବେଦିତା ଥାଟୋଇ, ସରିତା ମହାନ୍ତି, ସୁଶ୍ରୀ ସଙ୍ଗୀତା ନାୟକ, ଶୁଭଶ୍ରୀ ମହାରଣା, ବର୍ଷା ଜେନା, ଗାୟତ୍ରୀ ମିସ, ଶୁଭଶ୍ରୀ ପଣ୍ଡା, ଅକ୍ଷୟ ସ୍ୱାଇଁ, ସସ୍ମିତା ସାସମଲ ପ୍ରମୁଖଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ ।