ଭୁବନେଶ୍ୱର, ୧୫/୦୧: ଆଜି ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଅଗ୍ରଗତି, ବଜେଟ ଖର୍ଚ୍ଚ ଉପରେ ଆଲୋଚନା ହୋଇଛି। ଖାଲି ଥିବା ପଦବୀ ପୂରଣ ନେଇ ମଧ୍ୟ ଆଲୋଚନା ହୋଇଛି।
ସଚିବସ୍ତରୀୟ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା ହୋଇଛି। ଆସନ୍ତା ବଜେଟ୍ରେ କଣ ନୂଆ ପଦକ୍ଷେପ ନିଆଯିବ ଆଲୋଚନା ହୋଇଛି। କ୍ଷେତ୍ର ପରିଦର୍ଶନ ବେଳେ ଅନ୍ୟାନ୍ୟ ଦିଗ ସହ ପାନୀୟ ଜଳ କଥା ବୁଝିବେ। କାରଣ ପାନୀୟ ଜଳ ସମସ୍ୟାକୁ ନେଇ ଟିକେ ଅସନ୍ତୋଷ ରହି ଆସିଛି।
ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ ପଏଣ୍ଟର କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଛି। ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କ ସହ VCରେ ବୈଠକ ହେବ। ପ୍ରତି ମାସ ତୃତୀୟ ମଙ୍ଗଳବାର ସିଙ୍ଗିଲ୍ ୱିଣ୍ଡୋ ବୈଠକ। ଯାହାଦ୍ବାରା ସଚିବ ଓ ଜିଲ୍ଲାପାଳଙ୍କୁ ସେମାନଙ୍କ କାର୍ଯ୍ୟ କରିବା ସହଜ ହେବ।
ସେହିପରି ଶିଳ୍ପକୁ ସରକାର ଗୁରୁତ୍ବ ଦେଉଛନ୍ତି। କୋଲକାତାରେ ଅନୁଷ୍ଠିତ ହେବ ଇନଭେଷ୍ଟର ମିଟ୍। ଇନଭେଷ୍ଟର ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ମୁଁ ଯିବି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଅନୁ ଗର୍ଗ କହିଛନ୍ତି।