ବାରିପଦା, ୧୫/୦୩: ବାରିପଦାରେ କାଳ ବୈଶାଖୀ। କରଞ୍ଜିଆ ସ୍ଥିତ କିଆ ଗାଁରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼। ହଠାତ୍ ପବନରେ ଉଡ଼ିଲା ଖପର ଘର। ୭୦ରୁ ଊର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘୂର୍ଣ୍ଣିଝଡ ପ୍ରଭାବରେ ପ୍ରବଳ ପବନ ହୋଇ ବହୁ କ୍ଷୟକ୍ଷତି ହୋଇଛି।
ଭୟଙ୍କର ପବନରେ ଉପୁଡ଼ି ପଡ଼ିଛି ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ। ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ବି ପବନରେ ଫିଙ୍ଗି ହୋଇ ପଡ଼ିଲା। ପବନରେ ଉଡ଼ି ଏକ ଅଟୋ ପୋଖରୀରେ ପଡ଼ିଥିବା ସୂଚନା ମିଳିଛି। ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅନ୍ୟପଟେ କେନ୍ଦୁଝରରେ ମଧ୍ୟ ଘୂର୍ଣ୍ଣିଝଡ ଦେଖିବାକୁ ମିଳିଛି। କେନ୍ଦୁଝରରେ ଖଣ୍ଡିଆ ଭୂତ ପରି ୧୦୦ ଫୁଟ ଉପରେ ସବୁକିଛି ଉଡ଼ିଯିବା ଦେଖିବାକୁ ମିଳିଥିଲା।