SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ

୧୦ ଜଣଙ୍କ ମୃତ୍ୟୁ, ଅନେକ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ, ୧୬/୦୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମିଳିଥିବା ସୂଚନା ଅନୁସାରେ, ଟ୍ରମା କେୟାର ICUରେ ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ବର୍ତ୍ତମାନ ଅଛି‌। ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଲିଭାରେ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।