ଏମ୍.ସି.ଏଲରେ କୋଲ୍ ଇଣ୍ଡିଆ ଇଣ୍ଟର-କମ୍ପାନୀ ଲନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ
କୋଇଲା କମ୍ପାନୀ ମଧ୍ଯରେ ବନ୍ଧୁତା, ଦଳଗତ ଭାବନା ଏବଂ ସମନ୍ୱୟକୁ ସୁଦୃଢ଼ କରିବ
ସମ୍ବଲପୁର, ୧୬/୦୩: ସମ୍ବଲପୁରସ୍ଥିତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ମୁଖ୍ୟାଳୟରେ କୋଲ ଇଣ୍ଡିଆ ଇଣ୍ଟର୍-କମ୍ପାନୀ ଲନ ଟେନିସ୍ ଟୁର୍ଣ୍ଣାମେଣ୍ଟ ୨୦୨୫-୨୬ ଉତ୍ସାହଜନକ ଭାବେ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୧୬ ରୁ ମାର୍ଚ୍ଚ ୧୮,୨୦୨୬ ପର୍ଯ୍ଯନ୍ତ ହେବାକୁ ଥିବା ଏମସିଏଲ ଦ୍ୱାରା ଆୟୋଜିତ ଏହି ତିନି ଦିବସୀୟ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ କୋଇଲା କମ୍ପାନୀର ପ୍ରତିଭାବାନ ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି।
ଶ୍ରୀ କେଶବ ରାଓ, ନିର୍ଦ୍ଦେଶକ (ମାନବ ସମ୍ବଳ), ଶ୍ରୀ ପି.କେ. ପଟେଲ, ମୁଖ୍ଯ ସତର୍କତା ଅଧିକାରୀ (ସିଭିଓ) , ଶ୍ରୀ ଏ.କେ. ବେହୁରା ନିର୍ଦ୍ଦେଶକ (ଅର୍ଥ) ଏବଂ ଶ୍ରୀ ଏସ. କେ. ଝା, ନିର୍ଦ୍ଦେଶକ (ବୈଷୟିକ) ଉଦଘାଟନୀ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।
ତିନି ଦିବସୀୟ ଏହି ଟୁର୍ଣ୍ଣାମେଣ୍ଟରେ କୋଲ ଇଣ୍ଡିଆ ଲିମିଟେଡର ଏବଂ କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଅନୁଷଙ୍ଗୀ କମ୍ପାନୀ ତଥା ନର୍ଦନ କୋଲଫିଲ୍ଡସ୍ ଲିମିଟେଡ୍ (ଏନସିଏଲ), ସେଣ୍ଟ୍ରାଲ କୋଲଫିଲ୍ଡସ୍ ଲିମିଟେଡ୍ (ସିସିଏଲ), ସାଉଥ୍ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (ଏସଇସିଏଲ), ସେଣ୍ଟ୍ରାଲ ମାଇନ୍ ପ୍ଲାନିଂ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ୍ ଲିମିଟେଡ୍ (ସିଏମପିଡିଆଇ), ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (ଡବ୍ଲୁସିଏଲ), ଭାରତ କୋକିଙ୍ଗ କୋଲ ଲିମିଟେଡ୍ (ବିସିସିଏଲ), ସିଙ୍ଗାରେନି କୋଲିୟାରୀଜ୍ କମ୍ପାନୀ ଲିମିଟେଡ୍ (ଏସସିସିଏଲ) ଏବଂ ଆୟୋଜକ ଦଳ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ) ର ମୋଟ ଆଠଟି ଦଳ ଅଂଶଗ୍ରହଣ କରିଛନ୍ତି।
ଏହି ଟୁର୍ଣ୍ଣାମେଣ୍ଟ କୋଲ୍ ଇଣ୍ଡିଆ ପରିବାରର କର୍ମଚାରୀମାନଙ୍କୁ ସେମାନଙ୍କ କ୍ରୀଡ଼ା ପ୍ରତିଭା ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ, ଏବଂ ବିଭିନ୍ନ କୋଇଲା କମ୍ପାନୀ ମଧ୍ଯରେ ବନ୍ଧୁତା, ଦଳଗତ ଭାବନା ଏବଂ ସମନ୍ୱୟକୁ ମଧ୍ଯ ସୁଦୃଢ଼ କରିବ ।