ଭୁବନେଶ୍ୱର, ୧୬/୩: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜର ICU ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ।
କଟକ ବଡ଼ ଡାକ୍ତରଖାନା ପରି ଦେଶର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନର ICUରେ ଏଭଳି ଦୁର୍ଘଟଣାରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ।
ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂଙ୍କ ସମେତ ବିଜେଡିର ନେତୃବର୍ଗ କଟକ ମେଡିକାଲ କଲେଜକୁ ଯାଇଥିଲେ।