ଅନୁଗୁଳ, ୦୫/୦୫: ଅନୁଗୁଳ ଜିଲ୍ଲାର ନିଶା ଥାନା ଅଞ୍ଚଳରେ ଥିବା ସ୍ପଞ୍ଜ ଆଇରନ କାରଖାନା ‘ଶ୍ରୀ ମେଟାଲିକ୍ସ’ ବଡ଼ ଅଘଟଣ। କାରଖାନାରେ ମେସିନ କ୍ଲିନ୍ କରୁଥିବା ସମୟରେ ଚାପି ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ହିନ୍ଦୋଳ ମେଡିକାଲ୍ରେ ମୃତ ଘୋଷଣା କଲେ ଡାକ୍ତର। ମୃତକ ତିନିଜଣ ହେଲେ ସୁନ୍ଦରଗଡ଼ ସଦର ଥାନା ତିନିକୁଡ଼ା ଗ୍ରାମର ୩୭ବର୍ଷୀୟ ଶ୍ରୀଧର ବେଗୁନ ଓ ୩୭ବର୍ଷୀୟ ମଣ୍ଟୁ କମାର, ଅନ୍ୟ ଜଣେ ରାଜଗାଙ୍ଗପୁର ସୁନାଖଣି ଗ୍ରାମର ୪୦ବର୍ଷୀୟ ମଙ୍ଗଳ ମାଝୀ।
ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ କାରଖାନାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବିଳମ୍ବିତ ରାତିରେ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିଲା। ଉତ୍ତେଜନାକୁ ଏଡାଇବା ପାଇଁ ଗୁରୁତରଙ୍କୁ କଟକ ମେଡିକାଲ ନାଁରେ ହିନ୍ଦୋଳ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଘଟଣାକୁ ଚାପିଦେବାକୁ କମ୍ପାନୀ କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା ଜଣାପଡ଼ିଛି।