ମୁନିଗୁଡ଼ାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ପାଳିତ
ଦେଶପ୍ରେମ ଓ ବଳିଦାନର ଗାଥା ସ୍ମରଣ, ବରିଷ୍ଠ ନାଗରିକ ଓ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା
ମୁନିଗୁଡ଼ା, ୨୨/୧୧ (ରାଜୀବ ଲୋଚନ ଦାସ): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜନ୍ମବାର୍ଷିକୀ ରାୟଗଡା ଜିଲ୍ଲା ମୁନିଗୁଡ଼ା ଠାରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସ୍ଥାନୀୟ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଶହୀଦ ଲକ୍ଷ୍ମଣ ନାୟକ କ୍ଲବ’ ପକ୍ଷରୁ ଏହି ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା। କ୍ଲବ ପକ୍ଷରୁ
କ୍ଲବ ସଭାପତି ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ପ୍ରଥମେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା। ଏହାପରେ ଆୟୋଜିତ ସଭାରେ ଅତିଥିମାନେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ଅସୀମ ସାହସ, ଅଦମ୍ୟ ଦେଶପ୍ରେମ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅତୁଳନୀୟ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷୀ ଅଧିକାରୀ ପ୍ରକାସ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷୀକେଶ ଜାଲି, କ୍ଲବ ସମ୍ପାଦକ ପ୍ରଫୁଲ୍ଲ କୁମାର ଗୌଡ,ଓ ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଉତ୍ତମ କୁମାର ଦାସ ସଂଯୋଜନା କରିଥିଲେ।
ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ବରିଷ୍ଠ ନାଗରିକ ଓ ସାମ୍ବାଦିକମାନଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା। ଏହି ମାଧ୍ୟମରେ ସମାଜ ପ୍ରତି ସେମାନଙ୍କ ଅବଦାନ ଓ ସେବାକୁ ସମ୍ମାନ ଜଣାଯାଇଥିଲା।
କାର୍ଯ୍ୟକ୍ରମରେ କ୍ଲବର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ। ଶେଷରେ କ୍ଲବ ପକ୍ଷରୁ ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥଲେ