ଭୁବନେଶ୍ୱର, ୦୫/୦୫: ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କଲା ବିଜେଡି। ୮୯ ନେତାଙ୍କୁ ଉପସଭାପତି, ସା.ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ଦାୟିତ୍ବ ବଣ୍ଟନ କରାଯାଇଛି।
ବାଲେଶ୍ବରର ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ଉପସଭାପତି ଦାୟିତ୍ବ ମିଳିଥିବା ବେଳେ ରଘୁନନ୍ଦନ ଦାସ, ଜୀବନ ପ୍ରଦୀପ ଦାସ, ସାନନ୍ଦ ମାରାଣ୍ଡି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସତ୍ୟବାଦୀର ରମାରଂଜନ ବଳିୟାର ସିଂ ମଧ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।
