ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୨ ଜୀବନ୍ତ ଦଗ୍ଧ

ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ

ଭୁବନେଶ୍ୱର, ୦୬/୦୫: ଭୁବନେଶ୍ବର ବାସନ୍ତୀ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ବଡ଼ଗଡ଼ କେନାଲ ରୋଡ୍‌ରେ ଥିବା ଆପାର୍ଟମେଣ୍ଟରେ ନିଆଁ ଲାଗି ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଆଉ ଜଣେ ନାବାଳିକା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଦୁଇ ମୃତକଙ୍କ ମଧ୍ୟରେ ଜଣେ ସୁରକ୍ଷା କର୍ମୀ ଓ କେୟାର ଟେକର ରହିଛନ୍ତି।

ପ୍ୟାନେଲ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି।