ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଅଟକାଇଲେ ସ୍କୁଲ ବିରୋଧରେ ଆକ୍ସନ୍
କଡ଼ା ନିର୍ଦ୍ଦେଶ ଜାରି କଲା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର, ୦୬/୦୫: ଜନଗଣନାରେ ନିୟୋଜିତ ଶିକ୍ଷକଙ୍କୁ ଅଟକାଇଲେ ସ୍କୁଲ ବିରୋଧରେ ଆକ୍ସନ୍। କିଛି ସ୍କୁଲ୍ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ରିଲିଜ୍ କରୁନଥିବା ନଜରକୁ ଆସିବା ପରେ ଏନେଇ କଡ଼ା ନିର୍ଦ୍ଦେଶ ଜାରି କଲା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ।
‘ସେନସସ୍ ଆକ୍ଟ-୧୯୪୮’ ଅନୁସାରେ ଜନଗଣନା କାର୍ଯ୍ୟ ବାଧ୍ୟତାମୂଳକ। ଜନଗଣନାରେ ନିଯୁକ୍ତ ଶିକ୍ଷକ, କର୍ମଚାରୀଙ୍କୁ ରିଲିଭ୍ କରିବା ବାଧ୍ୟତାମୂଳକ। ଅଯଥାରେ ଜନଗଣନା କାମରୁ ଶିକ୍ଷକଙ୍କୁ ବଞ୍ଚିତ କରାଯିବ ନାହିଁ। ନିର୍ଦ୍ଦେଶକୁ ଅମାନ୍ୟ କଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।