ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ

ପାଟ୍ରୋଲିଂ ବେଲେ ଟଳିପଡ଼ିଲେ

ମାଲକାନଗିରି, ୨୩/୦୫: ଅଂଶୁଘାତରେ ବନ ବିଭାଗ ପାରା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଗୋବିନ୍ଦପାଲିକୁ ପାଟ୍ରୋଲିଂରେ ଗଲା ବେଳେ ମଝିରାସ୍ତାରେ ଟଳିପଡ଼ିଲେ କର୍ମଚାରୀ। ଅସୁସ୍ଥ ଅବସ୍ଥାରେ ପ୍ରଥମେ ମାଥିଲି ପରେ ମାଲକାନଗିରି ସ୍ଥାନାନ୍ତର କରାଯାଇଥିଲା।

ହେଲେ ମାଲକାନଗିରି ଚିକିତ୍ସାଳୟରେ ମୃତ ଘୋଷଣା କରିଥିଲେ ଡାକ୍ତର। ମାଥିଲି ରେଞ୍ଜରେ ବନ ପାରାଗାର୍ଡ ଥିଲେ ମୃତ କର୍ମଚାରୀ ଗୌରାଙ୍ଗ ପୂଜାରୀ। ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।