+୨ ନାମଲେଖା ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ

ମାସେ ଧରି ଚାଲିବ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର, ୨୩/୦୫: +୨ ନାମଲେଖା ଆବେଦନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ମେ’ ୨୬ରୁ ଆରମ୍ଭ ହେବ +୨ ନାମଲେଖା ଆବେଦନ। ୨୬ରୁ ଜୁନ୍‌ ୩୦ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

ସାମ୍‌ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିବେ ଛାତ୍ରଛାତ୍ରୀ। ଜୁଲାଇ ୮ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ। ଜୁଲାଇ ୯ରୁ ୧୫ ପ୍ରଥମ ପର୍ଯ୍ୟାୟ ଆଡ୍‌ମିସନ ପ୍ରକ୍ରିୟା ଚାଲିବ।