କବିସୂର୍ଯ୍ୟନଗର, ୦୧/୦୬: କବିସୂର୍ଯ୍ୟନଗର ଥାନା ଥାର୍ଡ ଡିଗ୍ରୀରେ ହେଲା କାର୍ଯ୍ୟାନୁଷ୍ଠାନ। IPS ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରାଯାଇଛି।
SI ସମୀର କୁମାର ରାଉତ, ବାଲିଚାଇ ଫାଣ୍ଡି ASI ବୈକୁଣ୍ଠ ଜେନା ସସ୍ପେଣ୍ଡ୍ ହୋଇଛନ୍ତି। କନେଷ୍ଟବଲ ସୁମନ କୁମାର ସାହୁ ମଧ୍ୟ ସସ୍ପେଣ୍ଡ୍ ହୋଇଛନ୍ତି। ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି। କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୋଲିସଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି।