ଭୁବନେଶ୍ୱର, ୦୫/୦୬: ଓଡ଼ିଶା ସରକାର ସୁଧାଂଶୁ ଶେଖର ବଡପଣ୍ଡାଙ୍କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ର ସଦସ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଦ୍ୱାରା ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଦିନ ସେ କାର୍ଯ୍ୟରେ ଯୋଗ ଦେବେ, ସେହି ଦିନ ହିଁ ନିଯୁକ୍ତି କାର୍ଯ୍ୟକାରୀ ହେବ। ଗ୍ରୀଡ କଣ୍ଟ୍ରୋଲର ଅଫ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ ସୁଧାଂଶୁ। ଗତ ମାସ ୨୫ ତାରିଖରେ ଓଇଆରସି ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ପ୍ରଦୀପ ଜେନା।
Next Post