କେନ୍ଦ୍ରାପଡ଼ା, ୦୫/୦୬: କେନ୍ଦ୍ରାପଡାରେ ଚାଞ୍ଚଲ୍ୟ! ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଝୁଲନ୍ତା ମୃତଦେହ ଉଦ୍ଧାର। କାର୍ଯ୍ୟାଳୟର ପ୍ରଥମ ମହଲା ଶିଡ଼ି ଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।
ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଛନ୍ତି ଜଣେ ଯୁବକ। ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ସେ କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।