କଲ୍ୟାଣସିଂହପୁର, ୦୫/୦୬(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜରେ ବିଶ୍ୱ ପରିବେଶ ଦିବସ ପାଳିନ କରାଯାଇଛି। ଏ ଅବସରରେ ରେଞ୍ଜର ସଚ୍ଚିଦାନନ୍ଦ ପରିଡାଙ୍କ ନେତୃତ୍ୱରେ ବନପାଳ ଶିବ ଶଙ୍କର ମହାପାତ୍ର, ବନପାଳ ପ୍ରଦୀପ କୁମାର ଜେନାଙ୍କ ସହାୟତାରେ କରପା ପଞ୍ଚାୟତର କ୍ରୀଷ୍ଣାପାତ୍ର ଗୁଡାଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ମେଘା ପ୍ରକଳ୍ପ ପରିସର ଓ କଲ୍ୟାଣସିଂହପୁର ଦେବଗିରି ନିକଟରେ ଫଳ ବୃକ୍ଷ ସହ ଔଷଧୀୟ ବୃକ୍ଷ ପ୍ରାୟ ୨୦୦ ଚାରା ରୋପଣ କରିଥିଲେ। ଏଥିରେ ବନ ବିଭାଗ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବନରଖି, ପାରାଗାର୍ଡ ଓ ହାତୀ ସୁରକ୍ଷା ଦଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉପସ୍ଥିତ ଲୋକଙ୍କୁ ବୃକ୍ଷ ରୋପଣ କରିବା ପାଇଁ ସଚେତନତା କରିଥିଲେ।