ଦୁଇ ସଜାଗ ରେଳବାଇ କର୍ମଚାରୀ ପୁରସ୍କୃତ

ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ

ସମ୍ବଲପୁର, ୦୮/୦୬: ଶ୍ରୀ ଇନ୍ଦ୍ରଜିତ କୁମାର ସିଂ, ବରିଷ୍ଠ ସହାୟକ ଲୋକୋ ପାଇଲଟ୍, ସମ୍ବଲପୁର ଏବଂ ଶ୍ରୀ ଡି.ସତ୍ୟନାରାୟଣ, ସହାୟକ, ଟିଆରଡି, ସମ୍ବଲପୁର ସିଟିଙ୍କୁ ନିରାପତ୍ତI ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳIଚଳ ପ୍ରତି କର୍ତ୍ତ୍ୟବ୍ୟନିଷ୍ଠା ଏବଂ ନିରାପତ୍ତI ନିୟମ ଉପରେ ଭଲ ଭାବରେ ଅବଗତ ପାଇଁ ପୁରସ୍କୃତ କରାଯାଇଛି।

ସେମାନଙ୍କର କର୍ତ୍ତ୍ୟବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ସେମାନଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଛନ୍ତି I ଏହି ଅବସରରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର, ଶ୍ରୀ ମନଜିତ ସିଂହ ସନସନୱାଲ, ବରିଷ୍ଠ ମଣ୍ଡଳ ବୈଦ୍ୟୁତିକ ଯନ୍ତ୍ରୀ, ଶ୍ରୀ ପାର୍ଥସାରଥୀ ତ୍ରିପାଠୀ (ଟିଆରଡି), ବରିଷ୍ଠ ମଣ୍ଡଳ ବୈଦ୍ୟୁତିକ ଯନ୍ତ୍ରୀ (ଓପି), ଶ୍ରୀ ଧୀରେନ୍ଦ୍ର ସିଂହ, ମଣ୍ଡଳ ନିରାପତ୍ତI ଅଧିକାରୀ, ଶ୍ରୀ ଲିଙ୍ଗରାଜ ଗଡତିଆ ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।