ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ
ବୈଠକରେ ଯୋଗଦେବେ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
ଏସ୍ଆଇଆର, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ହେବ ଆଲୋଚନା
ଭୁବନେଶ୍ୱର, ୦୮/୦୬: ଆସନ୍ତା ୧୦ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଶଙ୍ଖ ଭବନ ଅଡ଼ିଟୋରିୟମ ଠାରେ ବିଜେଡିର ଏକ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଗତ ସାଧାରଣ ନିର୍ବାଚନରେ ଜିତି ନଥିବା ବିଜେଡି ପ୍ରାର୍ଥୀମାନଙ୍କ ସହ ଦଳର ମାନ୍ୟବର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ବିଚାର ବିମର୍ଷ କରିବାର କାର୍ଯ୍ୟକ୍ରମ ରହିଛି ।
ଏଥିରେ ସମ୍ପ୍ରତି ଆରମ୍ଭ ହୋଇଥିବା ଏସ୍ଆଇଆର (ସ୍ୱତନ୍ତ୍ର ସଘନ ସଂଶୋଧନ) ବ୍ଲକ, ପୌରାଞ୍ଚଳ, ପଞ୍ଚାୟତ କମିଟିର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା, ସାମ୍ପ୍ରତିକ ସରକାରର ଜନବିରୋଧୀ ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ ।
ପ୍ରକାଶଥାଉକି, ବିଭିନ୍ନ ପର୍ଯ୍ୟାୟରେ ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ନେଇ ସାଙ୍ଗଠନିକ କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଛନ୍ତି । ସେହି କ୍ରମରେ ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନର ପ୍ରାର୍ଥୀ ମାନଙ୍କ ସହ ଆଲୋଚନା ଆହୂତ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ଶ୍ରୀ ପ୍ରତାପ ଜେନା, ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଥିଲେ ।