ଯୁକ୍ତ ତିନି ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ ପ୍ରକାଶ

ଅଧିକାଂଶ ଷ୍ଟ୍ରିମରେ ଆଗରେ ରେଭେନ୍ସା

ଭୁବନେଶ୍ୱର, ୨୨/୦୬: ପ୍ରକାଶ ପାଇଲା ୟୁଜି ଯୁକ୍ତ ତିନି ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ।ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍ସାରେ କଳା (ରାଜନୀତି ବିଜ୍ଞାନ) କଟ୍‌-ଅଫ୍‌ ୯୪.୫୦%, ଫିଜିକ୍ସ- ୯୬.୫୦%, ଜୁଲୋଜି- ୯୪.୮୩% ରହିଛି। ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ ରହିଛି। କଟ୍‌-ଅଫ୍‌ ୮୯.୧୭% ରହିଛି।

ସେଲ୍ଫ ଫାଇନାନ୍ସିଂ ଷ୍ଟ୍ରିମ୍‌ରେ ବିଜେବି ଆଗରେ ରହିଛି। ବିଜେବିରେ କମ୍ପ୍ୟୁଟର ସାଇନ୍ସ କଟ୍‌-ଅଫ୍‌ ୯୨% ଯାଇଛି।

MS ଆଇନ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ B.A.LLB କଟ୍‌ ଅଫ୍‌ ୮୯.୪୦% ଓ ଶାସ୍ତ୍ରୀ ଷ୍ଟ୍ରିମ୍‌ରେ ଗଡ଼ବିଷ୍ଣୁପୁର ସଂସ୍କୃତ ଡିଗ୍ରୀ କଲେଜ କଟ୍‌-ଅଫ୍‌ ୬୭.୫୭% ରହିଛି।