‘ବିକାଶ ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଉଦଯାପିତ

ହିତାଧିକାରୀଙ୍କୁ ଖାଉଟି କାର୍ଡ ଓ ଶ୍ରମ କାର୍ଡ ପ୍ରଦାନ

କଲ୍ୟାଣସିଂହପୁର-୨୨/୬ (ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପରିସରରେ ପଞ୍ଚାୟତ ସମିତି ପକ୍ଷରୁ ଓଡିଶା ସରକାରଙ୍କ ବିକାଶର ଧାରା, ଓଡିଶା ସାରା ଦୁଇବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ର ଚତୁର୍ଥ ଦିନ ଏସ ଡ଼ି ସି ର ଉପାଧକ୍ଷା ମଞ୍ଜୁଳା ମିଣିଆକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ୧୨ବର୍ଷ ଓ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରର ଶେଷ ଦିବସରେ ବିଡ଼ିଓ ମନୀଷା ଦାସ, ବ୍ଲକର ୧୪ଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହ ବିଜେପି ଦଳର କ ଜୋନ ର ସଭାପତି ଅଜିତ ପାଣିଗ୍ରାହୀ ସମେତ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ। ଏଥିରେ ୭ଜଣ ନୂଆ ହିତାଧିକାରୀଙ୍କୁ ବିଧବା, ବିକଳାଙ୍ଗ, ବୃଦ୍ଧ ବୃଦ୍ଧା,୩୨ଜଣ ହିତାଧିକାରୀଙ୍କୁ ଖାଉଟି କାର୍ଡ, ୭ଜଣଙ୍କୁ ଶ୍ରମ କାର୍ଡ, ୮ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ, ୧୦ଟି ଗ୍ରୁପକୁ ଲିଭିଙ୍ଗହୂଡ଼ ପ୍ରଦାନ କରାଯାଇଛି। ଏହାକୁ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।