ଭୁବନେଶ୍ୱର, ୨୨/୦୬: ବଦଳିଲା ୨୬ ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ଉଚ୍ଚାରଣ। ଇଂରାଜୀ ଉଚ୍ଚାରଣରେ କରାଗଲା ସଂଶୋଧନ। ଏ ନେଇ କ୍ୟାବିନେଟ ନିଷ୍ପତ୍ତି ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଣିକି ଅନୁଗୋଳ ନୁହେଁ ଅନୁଗୁଳ, ଖୋରଧା ନୁହେଁ ଖୋର୍ଦ୍ଧା। ଦେଓଗର ନୁହେଁ ଦେବଗଡ଼, କେନ୍ଦ୍ରାପରା ନୁହେଁ କେନ୍ଦ୍ରାପଡ଼ା। ସ୍ଥାନଗୁଡ଼ିକର କୌଣସି ନାମ ପରିବର୍ତ୍ତନ ହୋଇନି, କେବଳ ଇଂରାଜୀ ବନାନ ବଦଳିଛି।
