ଅତ୍ୟନ୍ତ ହୃଦୟ ବିଦାରକ: ବିଲ୍ଡିଂରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ୧୪

ଜୀବନ ବିକଳରେ ୩ ମହଲା ଉପରୁ ଡେଇଁଲେ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ, ୨୨/୦୬: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଲାଣି। ଜୀବନ ବିକଳରେ ଅନେକ ୩ ମହଲା ବିଲ୍ଡିଂରୁ ଡେଉଁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେହି ବିଲ୍ଡିଂରେ ଏକ କୋଚିଂ ସେଣ୍ଟର, ପୋଷା ଚଢ଼େଇ ଦୋକାନ ଓ ଆନିମେସନ ସେଣ୍ଟର ଚାଲୁଥିଲା।

ନିଆଁ ଲାଗିବା କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀମାନେ‌ ଥିଲେ। ଏବେବି ଏକାଧିକ ଛାତ୍ରଛାତ୍ରୀ ବିଲ୍ଡିଂରେ ଫସି ରହିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନିଶମ ଟିମ୍ ଦ୍ବାରା ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୀଡିତଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ପିଏମ୍ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଥିବା ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।