ଭୁବନେଶ୍ୱର, ୨୩/୦୬: ବିଜେଡିର ଏକ ବଡ଼ ଗୋଷ୍ଠୀ NDAରେ ସାମିଲ ହେବ। ଆଜି ଏଭଳି ଇସାରା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ଗତକାଲି ଅନୁରୂପ ମନ୍ତବ୍ୟ ଦେଇଥିଲେ ସାଂସଦ ପ୍ରଦୀପ ପୁରୋହି। ବିଜେଡି ଓ କଂଗ୍ରେସର ନେତା ଯୋଗାଯୋଗ କରୁଛନ୍ତି। ଆମ ମାଇଣ୍ଡ ଓପନ ଅଛି, ସ୍ଥିତି ଦେଖି ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ସବୁ ରାଜ୍ୟରେ ସ୍ଥିତି ଅଲଗା ଅଲଗା, ମହାରାଷ୍ଟ୍ର ଓ ବଙ୍ଗଳାର ସ୍ଥିତି ଭିନ୍ନ ବୋଲି କହିଛନ୍ତି ମନମୋହନ।