ବାବୁଙ୍କ ଆୟଠୁ ୧୧୯% ଅଧିକ ସମ୍ପତ୍ତି

୧୫ରୁ ଅଧିକ ପ୍ଲଟ ଓ ୨୦ ଲକ୍ଷ ଟଙ୍କାର ସୁନାଗହଣା ଠାବ

ସମ୍ବଲପୁର, ୨୪/୦୬: ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ। ନିଜ ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।

ରେଡ୍‌ ବେଳେ ୩ଟି ବିଲ୍ଡିଂ ଓ ୧୮ଟି ପ୍ଲଟ୍‌ ଠାବ ହୋଇଥିଲା। ୩.୪୫ ଲକ୍ଷ କ୍ୟାସ୍‌, ୩ଟି ଚାରିଚକିଆ, ୨ ଜେସିବି, ଟ୍ରାକ୍ଟର, ଟ୍ରେଲର ମିଳିଥିଲା। ୨୦ ଲକ୍ଷ ଟଙ୍କା ମୂଲ୍ୟରେ ସୁନା ଗହଣା ଓ ଘରକରଣା ସାମଗ୍ରୀ ମଧ୍ୟ ମିଳିଛି।