ନବୀନଙ୍କ ଯୋଜନାରେ ବଡ଼ ଦୁର୍ନୀତି: ୫୦ ସ୍ଥାନରେ ଭିଜିଲାନ୍ସ ରେଡ୍

ଦୁର୍ନୀତିରେ ସରକାରୀ କର୍ମଚାରୀ ଓ ପ୍ରକଳ୍ପ ସଂସ୍ଥାର ରହିଛି ସଂପୃକ୍ତି

କେନ୍ଦୁଝର/ନୟାଗଡ଼, ୨୪/୦୬: ନବୀନ ସରକାରରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ବ୍ୟାପକ ଦୁର୍ନୀତି ନେଇ ତନାଘନା ଆରମ୍ଭ କରିଛି ଭିଜିଲାନ୍ସ। ଏହି ପ୍ରୋଜେକ୍ଟ ନବୀନଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିବା କୁହାଯାଏ।

କେନ୍ଦୁଝର, ନୟାଗଡ଼, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି। ୮୧ ଅଧିକାରୀଙ୍କୁ ନେଇ ୨୪ଟି ଟିମ୍‌ର ୩ ଜିଲ୍ଲାରେ ଏହି ବଡ଼ ଧରଣର ରେଡ୍ କରିଛି ଭିଜିଲାନ୍ସ ଟିମ୍। ତଦନ୍ତ ବେଳେ ୨୦୨୧-୨୩ରେ ‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଛି। ଟେଣ୍ଡର ପ୍ରକ୍ରିୟାରେ ନିୟମ ଉଲ୍ଲଙ୍ଘନ ହୋଇଥିବା ସାମ୍ନାକୁ ଆସିଛି। ସରକାରୀ କର୍ମଚାରୀ ଓ ପ୍ରକଳ୍ପ ସଂସ୍ଥାର ମଧ୍ୟ ସଂପୃକ୍ତି ଅଛି।