ଭୁବନେଶ୍ୱର, ୨୫/୦୬: ଆଜି ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି। ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ସୁଜାତା ରାଉତ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଦଳୀୟ କାର୍ଯ୍ୟାଳୟରେ ବିଭିନ୍ନ ନେତା ଓ ବିଧାୟକମାନେ ପହଞ୍ଚି ସାରିଛନ୍ତି। ନବୀନ ସାଙ୍ଗଠନିକ ବୈଠକରେ ସମସ୍ତଙ୍କ ସହ ଆଲୋଚନା କରିବା ପରେ ବଡ଼ ଘୋଷଣା କରିପାରନ୍ତି। ଆଜି ବିଧିବଦ୍ଧ ଭାବେ ସୁଜାତା ଦଳରେ ସାମିଲ ହୋଇପାରନ୍ତି।
ତେବେ ଏହି ଚର୍ଚ୍ଚା ଭିତରେ ଆଜି ସକାଳ ୬ଟାରେ ପାଣ୍ଡିଆନ ଦମ୍ପତି କଟକରେ ମା’ କଟକଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ଭିକେ ପାଣ୍ଡିଆନ ଓ ସୁଜାତା ରାଉତ ମନ୍ଦିର ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।