ଭେନେଜୁଏଲା ଭୂମିକମ୍ପ: ଭାରତ ଯୋଗାଇବ ସହାୟତା

ଭୟଙ୍କର ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ପାଇଁ ଗଭୀର ମର୍ମାହତ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨୫/୦୬: ଭେନେଜୁଏଲାରେ ପ୍ରଳୟଙ୍କରୀ ଭୂମିକମ୍ପରେ ସବୁ କିଛି ଛାରଖାର ହୋଇଯାଇଛି। ଏଯାଏଁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ରାଜଧାନୀ କାରାକାସ ଧ୍ୱଂସସ୍ତୂପ ପାଲଟିଛି। ଏ ସମୟରେ ଭେନେଜୁଏଲାକୁ ସମସ୍ତ ସହାୟତା ଯୋଗାଇ ଦେବ ଭାରତ।ଏ ନେଇ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭୟଙ୍କର ଭୂମିକମ୍ପ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ମୋଦି କହିଛନ୍ତି, ଭୟଙ୍କର ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ପାଇଁ ଗଭୀର ମର୍ମାହତ। ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ।