ଭୁବନେଶ୍ୱର, ୨୬/୦୬: ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି ସୁଜାତା ରାଉତ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି। ଏହି ଅବସରରେ ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରି କହିଛନ୍ତି ଯେ, ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳର ଯୋଗ ଦେଇଛନ୍ତି। ୨୦୨୯ ନିର୍ବାଚନରେ ମୁଁ ହିଁ ଦଳର ନେତୃତ୍ୱ ନେବି। ମୋ ନେତୃତ୍ୱରେ ହିଁ ବିଜୁ ଜନତା ଦଳ ନିର୍ବାଚନ ଲଢ଼ିବ।
ସେହିପରି ପ୍ରତିକ୍ରିୟା ରଖି ସୁଜାତା ଗଣମାଧ୍ୟମରେ କହିଛନ୍ତି ଯେ, ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛି। ୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ପାଇଁ କାମ କରିଛି। ଦଳରେ ଯୋଗ ଦେବା ପରେ ଆହୁରି ଅଧିକ ଓଡ଼ିଶା ବାସୀଙ୍କ ପାଇଁ କାମ କରିବି। ଦଳରେ ଆହୁରି ନିଷ୍ଠା ଓ ସମର୍ପଣର ସହ କାମ କରିବି।