ପୁଲୱାମା, ୨୫/୦୬: ଆଜି ସକାଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏକ ହାଲୁକା ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ଥିଲା। ଏହାର କେନ୍ଦ୍ର ପୁଲୱାମାରେ ଥିଲା। ଗଭୀରତା ପ୍ରାୟ ୧୫ କିଲୋମିଟର ଥିଲା।
ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଝଟକା ପରେ କିଛି ଆତଙ୍କ ଦେଖାଯାଇଥିଲା ଏବଂ ଅନେକ ଲୋକ ଘରର ବାହାରକୁ ବାହାରି ଆସିଥିଲେ। ତଥାପି, ଏ ପର୍ଯ୍ୟନ୍ତ କୌଣସି ପ୍ରାଣହାନି, ଆଘାତ କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ଖବର ମିଳି ନାହିଁ। ସେହିପରି ଆସାମ ଓ ମେଘାଳୟରେ ମଧ୍ୟ ସାମାନ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ଖବର ସାମନାକୁ ଆସିଛି। ଆସାମର ଗୋଆଲପାରାରେ ଆଜି ଏକ ଭୂମିକମ୍ପ ହୋଇଛି, ତୀବ୍ରତା ପ୍ରାୟ ୩.୭ ଥିଲା।
ସେହିପରି ନେପାଳ ଓ ଜାପାନରେ ମଧ୍ୟ ଭୂକମ୍ପ ହୋଇଥିବା ନେଇ ଖବର ସାମନାକୁ ଆସିଛି।